October 2023

୩ଟି ଜିଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ, ବରଗଡ ଓ ଦେବଗଡ ଜିଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଜନା ଅନୁଯାୟୀ ପ୍ରତି ପଞ୍ଚାୟତ ପାଇବେ…

ଷୋଳପୂଜା କରିବାକୁ ଘରୁ ବାହାରିଥିଲେ ପୁରୋହିତ, ସକାଳୁ ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ମୃତଦେହ

ପୁରୀ : ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଛକ ନିକଟ କଟକଣା ରାସ୍ତାକଡ଼ ନୟନଯୋରୀରେ ଏକ କାର ପଡ଼ିଯିବାରୁ ଜଣେ ପୁରୋହିତଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପୁରୁଷୋତ୍ତମ ତ୍ରିପାଠୀ (୩୮)। ତାଙ୍କ ଘର ରାମଚନ୍ଦ୍ରପୁରର ପାଟଳି ଗାଁରେ।…

ମହିଳା କର୍ପୋରେଟରଙ୍କୁ ପିଟିଲେ ଠିକାଦାର

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡର ବିଜେପି ମହିଳା କର୍ପୋରେଟର ବନିତା ସାହୁଙ୍କୁ ଜଣେ ଠିକାଦାର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ମେୟର ଓ କମିଶନରଙ୍କ ଉପସ୍ଥିତିରେ ଠିକାଦାର ଜଣଙ୍କ ତାଙ୍କୁ ଆକ୍ରମଣ କରିଥିବା ବେଳେ…

ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ

ଭୁବନେଶ୍ବର : ପୁଲିସ୍‌କୁ ଚକ୍‌ମା ଦେଇ ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ। ଚୋରି ମାମଲାରେ ଗିରଫ ହୋଇଥିଲା। ପରିସ୍ରା ଯିବ ବୋଲି କହି ଚମ୍ପଟ ମାରିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା କଏଦୀକୁ ଧରିବାରେ ସଫଳ ହୋଇନାହିଁ କମିଶରେଟ୍‌…

ସ୍କୁଟିକୁ ଧକ୍କା ଦେଲା ଟ୍ୟାଙ୍କର୍: ଚାଲିଗଲା ପୁଅର ଜୀବନ, ମାଆ ଗୁରୁତର

ଭୁବନେଶ୍ବର: ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାର ଭାଲିଆବାଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ୟାଙ୍କର ଓ ସ୍କୁଟି ମଧ୍ୟରେ ଧକ୍କା ହେବା ଫଳରେ ଜଣେ ୫ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’…

୨୦ ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ସଂପ୍ରତି ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର ଉତ୍ତର- ପଶ୍ଚିମ ଦିଗରେ ଗତି କରିବ। ଏବଂ ଏହାର ପ୍ରଭାବରେ ୨୦ ଅକ୍ଟୋବର ବେଳକୁ କେନ୍ଦ୍ରୀୟ…

ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ବିଧାୟକ, ଖଣି ସମ୍ମୁଖରେ ୫ ହଜାର କର୍ମୀଙ୍କ ଆନ୍ଦୋଳନ ଜାରି

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ଓଏମସି କୁର୍ମିତର ଖଣି ସମ୍ମୁଖରେ ମଙ୍ଗଳବାର ଜୋରଦାର ଧାରଣା ଓ ପ୍ରଦର୍ଶନ ହୋଇଛି। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିଆଇଟିୟୁର ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ଶ୍ରମିକମାନେ ମଙ୍ଗଳବାର…

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ଦେଢ଼ କୋଟିର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଚୀନର ହାଙ୍ଗଝୌ ଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର…

ଭିଏତନାମରେ ଉଦଘାଟନ ହେଲା ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ହାନୋଇ : ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭିଏତନାମର ହୋ ଚି ମିନହରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ ସମାରୋହରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ…

କାଲି ଇସ୍ରାଏଲ ଯିବେ ବାଇଡେନ

ଜେରୁଜେଲମ୍ : ଆସନ୍ତାକାଲି ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆସନ୍ତାକାଲି ବାଇଡେନ ଇସ୍ରାଏଲର ରାଜଧାନୀ ତେଲ ଅବିବରେ ପହଞ୍ଚିବେ ବୋଲି କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ୍ । ନିଜ ଗସ୍ତ…