September 12, 2024

୪୭୬ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନିଯୁକ୍ତି ପତ୍ର ପ୍ରଦାନ ପ୍ରଦାନ ବେଳେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ…

ଆସୁଛି ଆଉ ଏକ ଲଘୁଚାପ; ୩ ଦିନ ପ୍ରବଳ ବର୍ଷିବ!

ଭୁବନେଶ୍ବର : ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବାଂଲାଦେଶ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ…

ବର୍ଷା ବିତ୍ପାତ: ଘରଭଙ୍ଗା ସହାୟତା ତୁରନ୍ତ ଦିଅ, ସପ୍ତାହକ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ଲଗାଣବର୍ଷା ପ୍ରଭାବିତ ମାଲକାନଗିରି ଜିଲ୍ଲାର ସ୍ଥିତି ପରଖିଛନ୍ତି । ଏହାସହିତ ବର୍ଷା ଯୋଗୁ କଚ୍ଚାଘର ଭାଙ୍ଗିଥିବା ସମସ୍ତ ପରିବାରକୁ ତୁରନ୍ତ ସହାୟତା ଦେବା ସହ ସପ୍ତାହକ ମଧ୍ୟରେ କ୍ଷୟକ୍ଷତି…

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓ ଜର୍ଜ କୁରିଅନଙ୍କ ସିଫା ପରିଦର୍ଶନ; ୮ଟି ଭାଷାରେ ରଂଗୀନ ମାଛ ଆପ୍ ଉନ୍ମୋଚିତ

ପିପିଲି:କେନ୍ଦ୍ର ମତ୍ସ୍ୟ, ପଶୁ, ଗୋପାଳନ, ପଂଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ମତ୍ସ୍ୟ, ଗୋପାଳନ, ସଂଖ୍ୟାଲଘୁ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ୍ ଗୁରୁବାର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା…

କାରରୁ ସାଢେ ୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବଡ଼ମ୍ବା : ଚୋରା ଚାଲାଣବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହିତ ଏକ ଇନୋଭା କାରକୁ ବଡ଼ମ୍ବା ପୁଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦେୟମୁକ୍ତ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ, ଯୋଗ ଦେଲେ ୮୨,୭୦୦ ଛାତ୍ରଛାତ୍ରୀ

ଭୁବନେଶ୍ବର: ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର ଆୟାରଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ…

ଅନନ୍ୟ ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କରାଯାଉଛି । ଏହା ଚଳିତ ମାସ ୧୪ ତାରିଖ…

ପୁରସ୍କାର ଘୋଷିତ ୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓବାଦୀ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଲାଣି। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲ ଏବେ ଆଗଭର ହେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଛତିଶଗଡର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…

୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ

ଭୁବନେଶ୍ବର : ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ। କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମ ପୂରଣ…

ଶ୍ୱଶୁର ଘରେ ସ୍ତ୍ରୀଙ୍କ ଗଳା କାଟିଲା ସ୍ୱାମୀ

ବାରିପଦା : ଶ୍ୱଶୁର ଘରେ ସ୍ତ୍ରୀଙ୍କ ଗଳା କାଟିଲା ସ୍ୱାମୀ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ପରକୀୟା ପ୍ରୀତିରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା…