ମଣିପୁରରେ ଅପମିଶ୍ରିତ ମଦ ପିଇ ୧୫ ମୃତ, ୨୦୦ ଗୁରୁତର

Dead Body Death 1024x682 3 300x200

ଇମ୍ଫାଲ: ମଣିପୁରର ଚାନ୍ଦେଲ ଜିଲ୍ଲାରେ ମଦମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ଅପମିଶ୍ରତି ମଦପିଇ ବିଗତ ୪୮ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ତଦନ୍ତ ରିପୋର୍ଟ ମାଗିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ଅଭାବନୀୟ ଘଟଣା। ଏହି ଘଟଣା ସହିତ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାଧାରଣ ଔଷଧ ଏବଂ ମେଡିକାଲ ଷ୍ଟାଫ୍‌ଙ୍କୁ ନେଇ ଏକ ଡାକ୍ତରୀ ଦଳ ପରିସ୍ଥିତି ଉପରେ ଅଧିକ ଜାଣିବା ପାଇଁ ଚାନ୍ଦେଲ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଅଭିମୁଖେ ବାହାରିଛନ୍ତି, ଯେଉଁଠାରେ ମଦମୃତ୍ୟୁ ଘଟଣା ଘଟିଛି।

Share