December 2025

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା, ଜାନୁଆରୀ ୨ରୁ ପ୍ରାକ୍ଟିକାଲ୍

ଭୁବନେଶ୍ୱର: ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ। ୧୫ ତାରିଖ ଯାଏ ପରୀକ୍ଷା ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ…

ଆଜି ଠାରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ:ଆସୁଛି ନୂଆବର୍ଷ ଏଥିପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ଜମୁଛି ଭିଡ଼ । ଜମୁଛି ଭୋଜି ଭାତର ଆସର । ସେଥିମଧ୍ୟରୁ ଜଗନ୍ନାଥ ଧାମ ପୁରୀରେ ମଧ୍ୟ ବଢିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ଼ ସେଠି…

‘ସ୍ବୀକୃତି’ ଯୋଜନାରେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ ପାଇବେ ମାସିକ ୧୫୦୦ ଟଙ୍କା

ଭୁବନେଶ୍ୱର: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ ଯୋଜନାରେ ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ…

ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଖାରଜ

ଭୁବନେଶ୍ୱର: ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍। ଏଥର କଠୋର ହୋଇଛି ଅବକାରୀ ବିଭାଗ। ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ସମସ୍ତ ଇଭେଣ୍ଟ…

ତାଇୱାନ ବିରୋଧରେ ଚୀନର ଯୁଦ୍ଧାଭ୍ୟାସକୁ ସମର୍ଥନ କଲା ରୁଷ

ନୂଆଦିଲ୍ଲୀ: ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ସୋମବାର ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ‘ଜଷ୍ଟିସ ମିଶନ ୨୦୨୫’ ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବାବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ…

ଟ୍ରେନ୍ ଲାଇନଚ୍ୟୁତ: ୧୩ ଯାତ୍ରୀ ମୃତ

ନୂଆଦିଲ୍ଲୀ : ମେକ୍ସିକୋର ଦକ୍ଷିଣ-ପୂର୍ବ ଓଆକ୍ସାକା ଅଞ୍ଚଳରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମେକ୍ସିକୋ ଉପସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତ୍ରା କରୁଥିବା…

ଅଶାନ୍ତ ବାଂଲାଦେଶ: ଜାଳି ଦେଲେ ହିନ୍ଦୁଙ୍କ ଘର

ନୂଆଦିଲ୍ଲୀ:ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ପରଠାରୁ ଦେଶ ଅଶାନ୍ତ ହୋଇପଡ଼ିଛି। ଏହି ସମୟରେ, ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରଯାଇଥିଲା।…

କୁଳଦୀପ ସେନଗରଙ୍କୁ ଶକ୍ତ ଝଟ୍‌କା: ଜାମିନ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଲଦୀପ ସିଂହ ସେନଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତା ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ସେନଗରଙ୍କୁ ଏକ ନୋଟିସ ମଧ୍ୟ…

ବାପା ଆଇଫୋନ୍ ନ ଦେବାରୁ ଜୀବନ ହାରିଲା ଝିଅ

ଉତ୍ତରପ୍ରଦେଶ : ଆଇଫୋନ୍ ପାଇଁ ଜୀବନ ହାରିଲା ୧୮ ବର୍ଷୀୟ ଝିଅ । ଯାହା ଫଳରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ମଧ୍ୟ ଖେଳିଯାଇଛି । ଏପରି ଘଟଣା ଉତ୍ତରପ୍ରଦେଶର ଡାକୋର…

ଜାନୁଆରୀ ୫ ଯାଏଁ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ ମନା !

ମଥୁରା : ନୂଆବର୍ଷ ପାଇଁ ଶ୍ରୀବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି କି, ପାଶ୍ଚାତ୍ୟ ନବବର୍ଷ ଅବସରରେ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦର୍ଶାନାର୍ଥୀଙ୍କ…