ସାଲେପୁର : ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ସଭାଗୃହରେ ବିଜଞାନପ୍ରଚାର ସମିତି ସାଲେପୁର ଶାଖା ତରଫରୁ ବିଶ୍ବ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ମେଜର ମଞ୍ଜୁଶ୍ରୀ ପତି | ପ୍ରାରମ୍ଭରେ ସଭାପତି ଏହି ଦିବସର ମହତ୍ତ୍ବ ଏବଂ ରକ୍ତଦାନ ସଂପର୍କରେ ବିଶଦ୍ ଆଲୋଚନା କରିଥିଲେ | ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ପରିଚାଳାକ ସୁକାନ୍ତ କିଶୋର ମହାନ୍ତି ମାନବବାଦୀର ଶକ୍ତି ତଥା ନିଜ ସମାଜରେ ପରିବର୍ତ୍ତନ ଆଣିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କୁ ଯଥାବିଧି ସମ୍ମାନିତ କରାଯିବାର ଚଳିତବର୍ଷର ଭାବାଦର୍ଶକୁ ପାଳନ କରି ମାହାଙ୍ଗା ବ୍ଲକର ନଇଁଗୁଆଁର ଶ୍ରୀଯୁକ୍ତ ଶାରଦାପ୍ରସାଦ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବାର ସୂଚନା ପ୍ରଦାନ କରିଥିଲେ |

3
ଏହି ଅବସରରେ ସଭାରେ ମୁଖ୍ୟଅତିଥିଭାବେ ଯୋଗ ଦେଇଥିବା ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ପ୍ରସନ୍ନ କୁମାର ମହାପାତ୍ର ବିଜ୍ଞାନ ଓ ଆଧ୍ୟାତ୍ମିକତା ପ୍ରଚାର ଦ୍ବାରା ସମାଜସେବା କରୁଥିବା ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ବ ଦେବାଲାଗି ନିଜର ଅଭିଭାଷଣରେ ଆହ୍ବାନ ପ୍ରଦାନ କରିଥିଲେ | ବିଶ୍ବ ରେଡ଼କ୍ରସ ଦିବସରେ ଶ୍ରୀଯୁକ୍ତ ରଥଙ୍କ ପରି ଏକାଧାରରେ ଶିକ୍ଷାବିତ୍, ଜୈବିକ କୃଷି ଓ ଗୋମାତାଙ୍କ ସୁରକ୍ଷା ସହିତ ଗ୍ରାମାଞ୍ଚଳରେ ସମାଜସେବାରେ ଲିପ୍ତଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରିଥିବାରୁ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟକୁ ସାଧୁବାଦ ଜଣାଇଥିଲେ |

2
ସମିତିର ବରିଷ୍ଠ ସଭ୍ୟ ବିପିନ ବିହାରୀ କର ରେଡ଼କ୍ରସର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କ ସମ୍ବନ୍ଧରେ ଏକ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଓଝା, ମହେଶଚନ୍ଦ୍ର କର, କୁଞ୍ଜମୋହନ ସେଠୀ, ମାନସ କୁମାର ମଲ୍ଲ, ଶ୍ରୀକାନ୍ତ ପରିଡ଼ା, ଚୌଧୁରୀ ସୁଧାଂଶୁ ମହାପାତ୍ର, ସୁଦୀପ୍ତ ଭୂୟାଁ, ବାସୁଦେବା ଭୂୟାଁ, ରଶ୍ବୀରଞ୍ଜନ ପରିଡ଼ା, ଯୋଗଦେଇଥିଲେ | ସଭାପରିଚଳନାରେ ପୁରସ୍ତମ ବେହେରା ଏବଂ ନିରଞ୍ଜନ ସାହୁ ସହଯୋଗ କରିଥିଲାବେଳେ ଟ୍ରଷ୍ଟର ଯୁଗ୍ମ ପରିଚାଳକ ସୁଶାନ୍ତ କିଶୋର ମହାନ୍ତି ଧନ୍ୟବାଦ ଦେଇଥିଲେ |

Share