Shabnam shaikh muslim girl

ନୂଆଦିଲ୍ଲୀ: ରାମଲଲ୍ଲାଙ୍କ ଦର୍ଶନ କରିବା ପାଇଁ ପାଦରେ ଚାଲିଚାଲି ଯାଉଥିବା ମୁସଲମାନ ମହିଳା ଶବନମ ଶେଖ ଅଯୋଧ୍ୟାରୁ ମାତ୍ର ୧୭୯କିମି ଦୂରରେ ଅଛନ୍ତି।ସେ ପିଲାଟି ଦିନରୁ ହିନ୍ଦୁ ଧର୍ମ ପ୍ରତି ପ୍ରଭାବିତ ହୋଇଥିବା କହିଛନ୍ତି।
ଶବନମ ଅଯୋଧ୍ୟା ଯାତ୍ରାକୁ ନେଇ କହିଛନ୍ତି, ‘ପିଲାଦିନେ ରାମାୟଣ ଦେଖିଛି। ଭଗବାନ ରାମଙ୍କ ବିଷୟରେ ଶୁଣିଛି। ମୁଁ ହିନ୍ଦୁ ଧର୍ମ ପ୍ରତି ଖୁବ ପ୍ରଭାବିତ। ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହେବ ବୋଲି ଘୋଷଣା ହେବାପରେ ମୁଁ ଅଯୋଧ୍ୟା ଯିବାକୁ ମନେମନେ ସ୍ଥିର କରି ସାରିଥିଲି। ତାହାପୁଣି କୌଣସି ଗାଡ଼ି କି ଟ୍ରେନ ଯୋଗେ ନୁହେଁ ନିଜ ପାଦରେ ଚାଲିଚାଲି। ପ୍ରଥମେ ଘରଲୋକ ମୋତେ ଚାଲିଚାଲି ଅଯୋଧ୍ୟା ଯିବାକୁ ଅନୁମତି ଦେଇ ନଥିଲେ। ପ‌ରେ କିନ୍ତୁ ରାଜି ହୋଇଯାଇଥିଲେ।
ତେଣୁ ୨୦୨୩ ଡିସେମ୍ବର ୨୧ରୁ ମୁଁ ମୁମ୍ବାଇରୁ ପାଦରେ ଚାଲିଚାଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲି। ଆଗକୁ ମାତ୍ର ୧୭୯କିମିର ଯାତ୍ରା ବାକି ଅଛି। ମୋର ସହିତ ତିନିଜଣ ସାଙ୍ଗ ଅଛନ୍ତି। ଯେଉଁମାନେ କି ମୁମ୍ବାଇର ବାସିନ୍ଦା ରହିଛନ୍ତି। ଯାତ୍ରା ସମୟରେ ସାଙ୍ଗମାନେ ମୋତେ ଖୁବ ସାହାଯ୍ୟ କରିଛନ୍ତି।

ମୁଁ ୧୪୦୦କିମି ଯାତ୍ରା ପୂରା କରି ସାରିଛି। ରାମଯଦି ୧୪ ବର୍ଷ ବନବାସ ଯାଇପାରିଲେ ଆମେ କ’ଣ ତାଙ୍କ ଦର୍ଶନ ପାଇଁ ପାଦରେ ଚାଲିଚାଲି ଅଯୋଧ୍ୟା ପର୍ଯ୍ୟନ୍ତ ଯାଇପାରିବା ନାହିଁ। ବାସ ଅପେକ୍ଷା ରହିଲା ଏ ଆଖି କେତେବେଳେ ରାମଲଲ୍ଲାଙ୍କ ଦର୍ଶନ କରିବ।ରାମଲଲ୍ଲା ଦର୍ଶନ ଯେଉଁଦିନ ପାଇବି ଜୀବନ ଧ୍ୟାନ ହୋଇଯିବ। ’

Share