Geivtv3xkaafrni 750x430

କୋଲକାତା : କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଏହି ପ୍ରବେଶ ସହିତ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟ ସହଯୋଗୀ ତୃଣମୂଳ କଂଗ୍ରେସକୁ ଚ୍ୟାଲେଞ୍ଜ କରିବା ପାଇଁ ନୁହେଁ ବରଂ ସେମାନଙ୍କ ସହ ଛିଡା ହେବା ପାଇଁ ଏଠାକୁ ଆସିଛନ୍ତି। ପଶ୍ଚିମବଙ୍ଗକୁ ଆସିବା ପରେ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଆମେ ଆପଣଙ୍କ କଥା ଶୁଣିବାକୁ ଆସିଛୁ। ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶରେ ଅନ୍ୟାୟ ଘଟୁଛି, ତେଣୁ ଆମେ ଆମର ଯାତ୍ରାରେ ନ୍ୟାୟ ଶବ୍ଦ ଯୋଡିଛୁ। ସେ କହିଥିଲେ ଯେ ଏହି ଅନ୍ୟାୟ ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ଏକତ୍ର ଲଢ଼ିବାକୁ ଯାଉଛି।
ତେବେ ଇଣ୍ଡିଆ ମେଣ୍ଟ ସହ ଜଡିତ ଥିବା ଟିଏମସି କଂଗ୍ରେସ ମୁଖ୍ୟ ସ୍ୱାଗତ କରିନାହିଁ | ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିବା ପରେ କୁଚବିହାରଠାରେ ତୃଣମୂଳ କଂଗ୍ରେସ ପାର୍ଟି କର୍ମୀମାନେ ପୋଷ୍ଟର ପ୍ରଦର୍ଶନ କରି ବିରୋଧ କରିଛନ୍ତି | ପୋଷ୍ଟରରେ ଲେଖାଥିଲା ଯେ ପଶ୍ଚିମବଙ୍ଗରେ ଦିଦି ହିଁ ଯଥେଷ୍ଟ। ଉଲ୍ଲେଖ ଥାଉ କି ଗତକାଲି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ | ମମତା କହିଥିଲେ, ଦଳ ପଶ୍ଚିମବଙ୍ଗରେ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। କଂଗ୍ରେସ ସହ ଆସନ ବୁଝାମଣା ବିଫଳ ହୋଇଛି ଏବଂ ରାଜ୍ୟରେ ମେଣ୍ଟ ହେବନାହିଁ ବୋଲି ମମତାଙ୍କ ଘୋଷଣା ପରେ କଂଗ୍ରେସ ଚିନ୍ତାରେ ପଡିଯାଇଛି |

Share