Rail 1728126285

ବାରିପଦା : ଦକ୍ଷିଣ-ପୂର୍ବ ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ର ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ବାରିପଦା ଦେଇ ବାଙ୍ଗିରିପୋଷି ଅଭିମୁଖେ ଯାଇଛନ୍ତି। ତାଙ୍କ ସହିତ ଦକ୍ଷିଣ-ପୂର୍ବ ରେଳବାଇର ଡିଆରଏମ୍‌ ଓ ରେଳ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀ ମଧ୍ୟ ଯାଇଛନ୍ତି। ସମସ୍ତେ ବାଙ୍ଗିରିପୋଷିରେ ପହଞ୍ଚିବାରେ ପରେ ସ୍ୱାଗତ କରାଯାଇଥିଲା। ବାଙ୍ଗିରିପୋଷି ରେଳ ଷ୍ଟେସନ ଶହେ ବର୍ଷରେ ପଦାର୍ପଣ କରିଥିବାରୁ ତାହାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀ ମିଶ୍ର। ଏଥିସହ ରୁପସା- ବାଙ୍ଗିରିପୋଷି ରେଳ ଲାଇନର ମଧ୍ୟ ସେ ସମୀକ୍ଷା କରିଥିବା ଜଣାପଡ଼ିଛି।
ଆଗକୁ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ରାଜନୈତିକ ପ୍ରସଙ୍ଗ ଥିବା ବୁଢାମାର-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣୀର ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବାକୁ ଯାଉଛି। ଏହି ଦୁଇ ରେଳପଥ ନିର୍ମାଣ କାର୍ଯ୍ୟ ଓ ବାଙ୍ଗିରିପୋଷି-ରୁପସା ମଧ୍ୟରେ ଥିବା ଛୋଟ ବଡ଼ ଷ୍ଟେସନର ନବୀକରଣର କରାଯିବ। କୁହାଯାଉଛି ମୟୂରଭଞ୍ଜ ଜିଲ୍ଲାର ଏହି ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ରାଷ୍ଟ୍ରପତିଙ୍କ କରକମଳରେ ହେବାକୁ ଯାଉଛି। ସେଥିପାଇଁ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପ୍ରକାଶ ପାଇଛି। ଆଉ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବା ପାଇଁ ରେଳବାଇ ଜିଏମ୍‌ ବାରିପଦା ଓ ବାଙ୍ଗିରିପୋଷି ଗସ୍ତରେ ଆସିଛନ୍ତି।

Share