Capital hospital

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି । ସ୍ତ୍ରୀ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା ପରେ ସେଠାରେ ଡାକ୍ତର ମାନେ ମୃତ ଘୋଷିତ କରିଥିଲେ ।  ଏହାପରେ ସ୍ଵାମୀ ସ୍ତ୍ରୀ ର ମୃତଦେହ କୁ ଛାଡି ଫେରାର ହୋଇ ଯାଇଥିଲେ । ସେମାନେ ମଞ୍ଚେଶ୍ୱର ଥାନା ଚକେଇଶିଆଣି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ପରକିଆପ୍ରୀତି ରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକ ଅଭିଯୋଗ କରୁଥିବା ବେଳେ ଝିଅର ବାପ ଘର ଲୋକ ଜ୍ବାଇଁ ନାଁ ରେ ଆଣିଲେ ହତ୍ୟା ଅଭିଯୋଗ ।
ମଞ୍ଚେଶ୍ୱର୍ ଥାନାରେ ପରିବାର ଲୋକଙ୍କ FIR ପରେ ଗୁପ୍ତେଶ୍ୱରଙ୍କୁ ଅଟକ ରଖିଛି ପୋଲିସ୍ ।

ନନ୍ଦିତା ଗୁପେଶ୍ୱର ପ୍ରାୟ ୮ ବର୍ଷ ହୋଇଛି ବାହାଘର ।  ପରିବାର ଲୋକ ଆଣିଲେ ପରକ୍ରୀୟା ପ୍ରୀତି ଅଭିଯୋଗ । ପରକିଆପ୍ରୀତି ଗୁପ୍ତେଶ୍ୱରଙ୍କ ଧରିବା ପରେ ହୋଇଥିଲା ଝଗଡ଼ା । ଝଗଡ଼ା ପରେ ହତ୍ୟା କରିଥିବା ନେଇ  ଅଭିଯୋଗ  ଆଣିଲେ ପରିବାର ।

Share