Sundargada

ସୁନ୍ଦରଗଡ଼ : ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ ।  ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗରୁ ୪ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା ।  ଏହି ଘଟଣାରେ ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି ।  ଝାଡଖଣ୍ଡ ସରଣ୍ଡାରେ SOG, DVF, CRPF ଓ ଝାଡ଼ଖଣ୍ଡ ଜାଗୁଆରର ମିଳିତ ଅପରେସନରେ ବିସ୍ଫୋରକ ଜବତ କରାଯାଛି।

ଗତ ସପ୍ତାହରେ କେ . ବଲାଙ୍ଗ ବାଙ୍କୋ ଖଣିକୁ ଟ୍ରକରେ ୪ ଟନରୁ ଅଧିକ ବିସ୍ଫୋରକ ଆସୁଥିବାବେଳେ ସନ୍ଦିଗ୍ଧ ମାଓବାଦୀ ଲୁଟି ନେଇଥିଲେ । ସରଣ୍ଡା ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନରେ କୋବ୍ରା ବାଟାଲିୟନ, DVF, IRB ଓ SOG ଯବାନ ସାମିଲ ଅଛନ୍ତି । ତେବେ ମାଓବାଦୀ ମାନେ ଏସବୁ ବିସ୍ଫୋରକ ମାଟି ତଳେ ଲୁଚାଇ ରଖିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ଅଞ୍ଚଳରୁ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ହୋଇଥିଲା । ଯାହାକୁ ମାଓବାଦୀ ମାନେ ନେଇଯାଇଥିବା କୁହାଯାଉଥିଲା । ଲୁଟ୍ ବିସ୍ଫୋରକର ପ୍ରାୟ ୭୦ ପ୍ରତିଶତ ଉଦ୍ଧାର କରାଯାଇଥିବା ସୂଚନା ମିଳିଥିଲା ।

Share