Truck

ଭୁବନେଶ୍ୱର :  ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ। ଏମିତି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଗତ ମେ ମାସ ୩୦ ତାରିଖରେ ଚିଠି ମାଧ୍ୟମରେ ଦେଇଛି ପରିବହନ ବିଭାଗ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। କଟକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ଖୋଲା ଖୋଲି ଚେତାବନୀ ଦେଇଛନ୍ତି ଉଭୟ ସଂଘ ।

ପୂର୍ବରୁ ପୋଲିସ ବିଭିନ୍ନ ସମୟରେ ଗାଡ଼ିଗୁଡ଼ିକୁ ଅଯଥା ହଇରାଣ କରୁଥିବା ବେଳେ ଏହି ଅନୁମତି ଆସିଯିବା ପରେ ସବୁ ଗାଡ଼ି ସହ ଯାତ୍ରୀବାହୀ ଓ ମାଲାବାହୀ ଗାଡ଼ି ଉପରେ ପୋଲିସର ଜୁଲମ ବଢିବ ବୋଲି ଅଭିଯୋଗ ହୋଇଛି । ତେଣୁ ଏହି ପ୍ରସ୍ତାବ ପ୍ରତ୍ୟାହାର କରିବା ପାଇଁ ଅପିଲ କରାଯାଇଛି। ଯଦି ଏହା କାର୍ଯ୍ୟକାରୀ କରାଯାଏ ତେବେ ଆଗାମୀ ଦିନରେ ଚକା ବନ୍ଦ ଡାକରା ଦିଆଯିବ ବୋଲି ଉଭୟ ବସ୍ ଓ ଟ୍ରକ ସଂଘ ଚରମ ବାଣୀ ଶୁଣାଇ ଦେଇଛନ୍ତି।

Share