Giraf

ବ୍ରହ୍ମପୁର : ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଗିରଫ। ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ। ଦୁଇ ଦିନ ଧରି ତିନୋଟି ସ୍ଥାନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ୪ ଜଣ ଅଭିଯୁକ୍ତ। ଗଣଦୁଷ୍କର୍ମ ପରେ ଆତ୍ମଗୋପନ କରିଥିଲେ ଅଭିଯୁକ୍ତ । ଦୁଇ ନାବାଳିକାଙ୍କ ଗାଁରେ ହିଁ ଅଭିଯୁକ୍ତମାନେ ଲୁଚି ରହିଥିଲେ। ଗିରଫ ପରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏକ ଶୁଭକାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ।

Share