Screenshot 2025 06 07 181705 750

ପୁରୀ: ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଆରମ୍ଭ ହୋଇଛି ମକଡ୍ରିଲ। ଆଜି ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ମକଡ୍ରିଲ୍ କରାଯାଇଛି। ଟାଉନ୍ ଥାନା ପରିସରର ସମନ୍ଵିତ ନିୟନ୍ତ୍ରଣ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଛନ୍ତି। ସ୍ନାନଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବରେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା।

ସେ କହିଛନ୍ତି ଯେ, ଚଳିତ ସ୍ନାନଯାତ୍ରାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଜନଗହଳି ଆଶା କରାଯାଉଛି। ତେଣୁ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକଡ୍ରିଲର ପରିକଳ୍ପନା କରାଯାଇଛି। ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ସମସ୍ତ ବିଭାଗ ତାଙ୍କର ଦାୟିତ୍ୱକୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟରେ ଏହି ମକଡ୍ରିଲ ବେଶ ସହାୟକ ହେବ ବୋଲି ସେ କହିଥିଲେ। ମୁଣ୍ଡୁଳୀ ଏନଡିଆରଏଫ ଥାର୍ଡ ବାଟାଲିୟନର କାର୍ଯ୍ୟକର୍ତ୍ତା, ଓଡ୍ରାଫ, ଅଗ୍ନିଶମ, ସ୍ବାସ୍ଥ୍ୟ ବିଭା, ଅନ୍ୟାନ୍ୟ ବିଭାଗ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ମକଡ୍ରିଲ ପରିଚାଳନା କରିଥିଲେ।

Share