ଭୁବନେଶ୍ୱର : ରାଜ୍ୟରେ ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ। ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ । ଏଥିପାଇଁ ୯ ରୁ ୧୦ ବିଭାଗ ମିଳିତ ଭାବେ କାମ କରିବେ।
ଗାଁ ରାସ୍ତା, ପିଇବା ପାଣି, କ୍ଷେତକୁ ପାଣି, ସ୍କୁଲ, ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦିଆଯିବ। ରାଜ୍ୟସ୍ତରରେ ମୁଖ୍ୟ ସଚିବ ରହିବେ ଅଧ୍ୟକ୍ଷ । ଜିଲ୍ଲା ସ୍ତରରେ ଜିଲ୍ଲପାଳ, ବ୍ଲକ ସ୍ତରରେ ବିଡ଼ିଓ ରହିବେ ଅଧ୍ୟକ୍ଷ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।