କଟକ : କଟକ ରାଣୀହାଟ ସ୍ଥିତ ବିଭିନ୍ନ ଔଷଧ ଦୋକାନରେ ମଙ୍ଗଳବାର ଚଢାଉ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଟକ ରାଣୀହାଟ ବଜାର ସ୍ଥିତ ଏକାଧିକ ଔଷଧ ଦୋକାନରେ ଟିମ୍ ଯାଞ୍ଚ କରିଛି। ଏହି ସବୁ ଦୋକାନରେ ବିକ୍ରି ହେଉଥିବା ଏମଟିପି କିଟ୍ ଓ ଗର୍ଭପାତ ଔଷଧର ଷ୍ଟକ୍ ଯାଞ୍ଚ କରିଛି ବିଭାଗ। ବିନା ପ୍ରେସକ୍ରିପସନରେ ଏହି ସବୁ କିଟ୍ ଓ ଔଷଧ ବିକ୍ରି ବେଇଆଇନ୍ ଥିବା ବେଳେ ନିର୍ଦ୍ଦିଷ୍ଟ କିଛି ଦୋକାନରେ ଏହାର ବ୍ୟାପକ ବିକ୍ରି ହେଉଥିବା ବିଭାଗ ପାଖରେ ପହଞ୍ଚିବା ପରେ ଅତର୍କିତ ୟାଞ୍ଚ କରିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଏହାଦ୍ବାରା ବେଆଇନ୍ ଭାବେ ଗର୍ଭ ଚିହ୍ନଟ ଓ ଗର୍ଭପାତ ହେଉଥିବା ଅଭିଯୋଗ ହୋଇଛି। ସୋମବାର ଭୁବନେଶ୍ବରର ଏକାଧିକ ଔଷଧ ଦୋକାନରେ ମଧ୍ୟ ଚଢାଉ ହୋଇଥିଲା। ଏହି ସବୁ ଦୋକାନକୁ ନୋଟିସ ଜାରି ହୋଇଛି।