Das

ଭୁବନେଶ୍ୱର: ଜୁନ୍ ୧୨ ତାରିଖ ଅର୍ଥାତ୍ ଗୁରୁବାର ଓଡିଶାରେ ବିଜେପି ସରକାର ତାର ଶାସନର ପ୍ରଥମ ବର୍ଷ ପୂରଣ କରିବ । ଏହା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ ସବୁ କରିଛନ୍ତି ସେନେଇ ଟିକ ନିକ କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣମାଧ୍ୟମରେ ସେ କହିଛନ୍ତି ଯେ, ୧ ବର୍ଷ ଭିତରେ ଲୋକଙ୍କ ଆଶା ପୂରଣ କରିଛୁ । ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୬ ବର୍ଷ ହେବ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉନଥିବା ବେଳେ ବର୍ତ୍ତମାନ ତାହା କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ଚାଷୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି । ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ୍‍ କରିନଥିଲେ । ସମୃଦ୍ଧ କୃଷି ଯୋଜନାରେ ଆମେ ୩୭.୮୦୦କୋଟି ବଜେଟ୍‍ କରିଛୁ ।

ସେ ଆହୁରି କହିଛନ୍ତି, ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ କହିଛୁ । ବର୍ଷକ ଭିତରେ ସ୍ବଚ୍ଛତାର ସହ ୨୮ ହଜାର ପଦବୀ ପୂରଣ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବୁ ।

ସେହିପରି, ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ୫ଟି ଜରିଆରେ ସ୍କୁଲରେ ରଙ୍ଗମାରି ରୂପାନ୍ତୀକରଣ ଭ୍ରମ ସୃଷ୍ଟି କରାଯାଇଥିଲା । ରାଜ୍ୟରେ ନୂତନ ଶିକ୍ଷା ନୀତି ଲାଗୁ କରିବା ସହିତ ବୈପ୍ଳବିକ ପରିବର୍ତ୍ତନ ହେବ । ଶିଶୁ ବାଟିକା ଶୁଭାମ୍ଭ ହୋଇଛି, ଆଗକୁ ଆଦର୍ଶ ବିଦ୍ୟାଳୟ ତିଆରି ହେବ । ପିଲାଙ୍କୁ ସରକାରୀ ସ୍କୁଲକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି ।

୨୪ ବର୍ଷ ନୁହେଁ ୨୪ମିନିଟରେ ସବୁ କରିଛୁ । ଇଚ୍ଛା ଥିଲେ ୨୪ମିନିଟରେ ସବୁ କିଛି କରିହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେବେ ନାହିଁ । ପିଅନ ଠାରୁ ଆରମ୍ଭ କରି ଆଇଏସ୍ ଯାଏଁ ଯିଏ କେହି ବି ଦୁର୍ନୀତି ପଥ ଆପଣେଇବ, ସିଏ ଜେଲ୍ ଯିବା ଥୟ ।

ସାଧାରଣ ଲୋକ ଏବେ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ୨୦୨୬ ଶେଷ ସୁଦ୍ଧା ୯୦ପ୍ରତିଶତଙ୍କୁ ପାନୀୟ ଜଳ ଯୋଗାଇ ଦେବୁ । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ ପୁଞ୍ଜି ନିବେଶର ଇଣ୍ଟେଣ୍ଟ ଆସିଥିଲା ଆମେ ତତ୍‌କ୍ଷଣାତ ୧୩ ଲକ୍ଷ କୋଟିର ଏମଓୟୁ ସ୍ବାକ୍ଷର କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share