Je

କୋରାପୁଟ:୮ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି।

ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । ପୂର୍ବରୁ ୫ ହଜାର ଟଙ୍କା ନେଇସାରିଥିଲେ । ତେବେ ମଙ୍ଗଳବାର ପୂର୍ବ ଯୋଜନା ଅନୁସାରେ ଲାଞ୍ଚ ନେବା ସମୟରେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି  ଭିଜିଲାନ୍ସ  ।

ବର୍ତ୍ତମାନ ସହକାରୀ ଯନ୍ତ୍ରୀଙ୍କ ସେମିଲିଗୁଡା ବାସଭବନ, ଲମତାପୁଟ ସରକାରୀ କ୍ୱାଟର୍ସ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି।ଜୟପୁର ଭିଜିଲାନ୍ସର ଡିଏସପି ୩ ଜଣ ଏବଂ ଦୁଇ ଜଣ ଇନ୍ସପେକ୍ଟର ମିଳିତ ଚଢାଉ କରି ସମ୍ପୃକ୍ତ ଜେଇଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛନ୍ତି ।

ସମ୍ପୃକ୍ତ ଜେଇ ଲମତାପୁଟ ବ୍ଲକରେ ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ ଓ ବହୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ଭିଜିଲାନ୍ସ ନିକଟରେ ଖବର ଥିଲା ।

Share