ଭୁବନେଶ୍ୱର : ପ୍ରକାଶ ପାଇଲା OJEE-୨୦୨୫ ରେଜଲ୍ଟ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିଲେ। ojee.nic.in ୱେବ୍ସାଇଟ୍ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍ କାର୍ଡ ପାଇପାରିବେ । ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ହୋଇଥିଲା । ଚଳିତ ବର୍ଷ ସମୁଦାୟ 92,488 ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ 80,324 ପରୀକ୍ଷାର୍ଥୀ (86.84 ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।
ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ 55,362 ପରୀକ୍ଷାର୍ଥୀଙ୍କୁ ନିଜ ନିଜ ର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମର ଶୀର୍ଷସ୍ଥାନ ଗ୍ରହଣ କରିଥିବା ପରୀକ୍ଷାର୍ଥୀ ମାନଙ୍କର ତାଲିକା ଦିଆଯାଇଛି । ନର୍ସିଙ୍ଗ ପାଠ୍ୟକ୍ରମର ଫଳାଫଳ ରାଜ୍ୟ DMET ତରଫରୁ ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନେ OJEE website www.ojee.nic.in ରୁ ନିଜ ନିଜର Rank Card ପାଇପାରିବେ ।