Screenshot 2025 06 10 191406

ବାଲେଶ୍ୱର : ବାଲି ମାଫିଆଙ୍କ ଗୁଣ୍ଡାରାଜ । ବାଲି ମାଫିଆଙ୍କ ମାଡ଼ରେ ଲହୁ ଲୁହାଣ ଖଣି ଅଧିକାରୀ ।  ଭ୍ୟାନରୁ ଟାଣିନେଇ ଗୋଡ଼ାଇ ଗୋଡ଼ାଇ ପିଟିଲେ ମାଫିଆ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବୁଢ଼ାବଳଙ୍ଗ ନଦୀ କାଠସଂଗଡା ପାଖରେ ବେଆଇନ ବାଲି ଉତ୍ତୋଳନ ବେଳେ ଖଣି ଅଧିକାରୀ ଟିମ୍ ସହ ଚଢ଼ାଉ କରିଥିଲେ । ଏହି ସମୟରେ ଜୁନିଅର ମାଇନିଙ୍ଗ ଅଫିସର ତାପସ କୁମାର ବେହେରା ଓ ଡ୍ରାଇଭର ଦେବାଶିଷ ମହାନ୍ତିଙ୍କୁ ଆକ୍ରମଣ କରିଥିଲେ ମାଫିଆ । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ଜିଲ୍ଲା ମାଇନିଙ୍ଗ ଅଧିକାରୀ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ମାଫିଆଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ୍ ସୀର୍କେ ।

Share