Lootera

ଭଦ୍ରକ: ବନ୍ଧୁକ ମୁନରେ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ବଜାର ସ୍ଥିତ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍‌ରେ ଲୁଟ୍‌ ହୋଇଥିବା ସୂଚନା ରହିଛି । ଆଜି ବ୍ୟାଙ୍କ କାମ ଚାଲିଥିବା ବେଳେ, ହଠାତ୍ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ । ଏହାପରେ ସେମାନେ କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଡରାଇବା ସହ ମ୍ୟାନେଜର ଚ୍ୟାମ୍ବରକୁ ଯାଇ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟ୍‌ କରି ଫେରାର ହୋଇଯାଇଛନ୍ତି ।

ଏହି ଡକାୟତମାନେ ୭ ଲକ୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସକୁ ଖବର ଦିଆଯିବାପରେ ଘଟଣାସ୍ଥଳରେ ତିହିଡ଼ି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡକାୟତମାନଙ୍କୁ ଚିହ୍ନଟ କରିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ।

Share