Cras8

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରତିଶୃତି ଦେଇଛି ଟାଟା ଗୃପ୍ । କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ମଧ୍ୟ ପ୍ରତିଶୃତି ଦେଇଛି ।

ଅନ୍ୟପଟେ ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର୍ ବିମାନ (AI171) ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମେଘାନୀ ନଗର ନିକଟସ୍ଥ ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଥିଲେ ୨୪୨ ଜଣ ଲୋକ। କୁହାଯାଉଛି ଏହି ଦୁର୍ଘଟଣାରେ ମାତ୍ର ଜଣେ ଯାତ୍ରୀ ଜୀବିତ ଅଛନ୍ତି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହାସହ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

https://x.com/TataCompanies/status/1933159585772367969

Tata

Share