ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର ପରମ୍ପରା ଓ ଲୋକଙ୍କୁ ପ୍ରସଂଶା କଲେ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି କହିଲେ । ଓଡିଶା ଆମ ଭାରତୀୟ ସଂସ୍କୃତିକୁ ପରିପୂର୍ଣ୍ଣ କରିଛି । ମୋହନ ସରକାଙ୍କ ଟିମକୁ ସ୍ୱାଗତ ଜଣାଇଲେ । ଓଡ଼ିଶାରେ ବିଜେପି ସୁଶାସନ ସ୍ଥାପନର ବର୍ଷ ପୂରଣ କଲା ବୋଲି କହିଲେ । କାନାଡ଼ା ଗସ୍ତରେ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ନ ରଖି ଓଡିଶା ଆସିଛି ବୋଲି କହିଲେ ।
ଜଗନ୍ନାଥ ମୋତେ ଟାଣି ଆଣିଛନ୍ତି ବୋଲି କହିଲେ ମୋଦି । ଓଡ଼ିଶାର କୃଷକଙ୍କୁ ଏବେ ଡବଲ ଯୋଜନାର ଲାଭ ମିଳୁଛି । ଆଗରୁ ଏହି ସୁବିଧା ଓଡିଶା କୃଷକଙ୍କୁ ମିଳୁ ନଥିଲା । ଲୋକଙ୍କୁ ଆୟୁସ୍ମାନ ଯୋଜନାର ଲାଭ ବି ମିଳିଲା । ପୂର୍ବରୁ କେନ୍ଦ୍ରର କିଛି ଯୋଜନାର ଲାଭ ଓଡିଶାକୁ ମିଳୁନଥିଲା । ଯେଉଁସବୁ ରାଜ୍ୟରେ ବିଜେପି ଶାସନ ଅଛି ସେଠାରେ ବିକାଶର ଡବଲ ଇଂଜିନ ଚାଲିଛି ବୋଲି କହିଲେ । ଶ୍ରୀମନ୍ଦିରର ଚାରି ଦ୍ୱାର ଏବଂ ରତ୍ନଭଣ୍ଡାର ମଧ୍ୟ ବିଜେପି ସରକାର ଅମଳରେ ଖୋଲିଲା । ଆଦିବାସୀଙ୍କ ପାଇଁ ପିଏମ ଯୋଜନା ମଧ୍ୟ କରାଯାଇଛି ବୋଲି ମୋଦି କହିଲେ । ବିରୋଧୀଙ୍କୁ କଡା ଶୁଣାଇଲେ ମୋଦି ।