ମୟୁରଭଞ୍ଜ : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଆକ୍ରମଣ ବେଳେ ଛୁରାମାଡ଼ ଓ ଗୁଳି ମାଡ଼ ହୋଇଥିବା ଜଣାଯାଇଛି । ଜଣେ ମହିଳା ସମେତ ୩ ଜଣ ଗୁରୁତର ହୋଇଛନ୍ତି । ବାରିପଦା ଟାଉନ ଥାନା ଅନ୍ତର୍ଗତ କଳିକାପୁର ଅଞ୍ଚଳରୁ ଆସିଛି ଏମିତି ଅଭିଯୋଗ। ଗୁରୁତରମାନଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ତା ସହ ପୋଲିସକୁ ଠେଲାପେଲା । ୧୫ରୁ ୨୦ ଜଣ ଯୁବକ ଏକତ୍ରିତ ଭାବେ ଆସି ହଠାତ ଆକ୍ରମଣ କରିଥିଲେ । ଗୁରୁତର ଯୁବକର ଛାତିରେ ଗୁଳି ଲାଗିଥିବା ବେଳେ ମହିଳାଙ୍କ ମୁଣ୍ଡରେ ଖଣ୍ଡାରେ ଆଘାତ ଲାଗିଛି । ଗୁରୁତର ଗୋଟିଏ ଗୋଷ୍ଠୀର ଯୁବକ ଜଣକ ମାଆ ସାବିତ୍ରୀ ଘଡେ଼ଇ ଓ ପୁଅ ରାଜୁ ଘଡେ଼ଇ । ଦୁଇ ରାଉଣ୍ଡ ଗୁଳି ଫୁଟିଥିବା ନେଇ ଅଭିଯୋଗ ହୋଇଛି ।