Screenshot 2025 06 16 094922

ଯାଜପୁର: ଯାଜପୁର ଜିଲ୍ଲାରେ ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ କଲେରା ପଜିଟିଭ ସଂଖ୍ୟା ଏବେ ୩୧କୁ ବୃଦ୍ଧି ଘଟିଛି । ସୂଚନା ଯୋଗ୍ୟଯେ, ଆକ୍ରାନ୍ତ ରୋଗୀଙ୍କର ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୨୯ଟି ନମୁନାର ପରୀକ୍ଷା ରିପୋର୍ଟ ମିଳିଥିବା ବେଳେ ସେଥିମଧ୍ୟରୁ ମୋଟ ୩୧ଟି ନମୁନାରେ ପଜିଟିଭ ବାହାରିଥିବା ସୂଚନା ମିଳିଛି ।

ଜିଲ୍ଲାରେ ଆଜି ସୁଦ୍ଧା ୧୫୪ଜଣ ସଂକ୍ରମିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ଯାଜପୁରରେ ଡାଇରିଆ ସ୍ଥିତିରେ ଏକପ୍ରକାର ସୁଧାର ଆସିଛି । ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ଲୋକଙ୍କୁ ଅଧିକ ସଚେତନ ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

ଫୁଟାପାଣି ପିଇବା, ହାତ ଧୋଇ ଖାଦ୍ୟ ଖାଇବା, ପରିବେଶକୁ ସ୍ବଚ୍ଛ ଓ ସଫାସୁତର ରଖିବା, ବାସିଖାଦ୍ୟ ଖାଇବା ନାହିଁ । ଏସବୁ କଥାକୁ ମାନି ଚଳିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଆଗକୁ ଏହାକୁ କିପରି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା କହିଛନ୍ତି ଯାଜପୁର ସିଡିଏମଓ ଡା. ବିଜୟ କୁମାର ମିଶ୍ର ।

Share