ପୁରୀ : ମହାପ୍ରଭୁଙ୍କ ମୋଦକ ଚୋରି ପ୍ରସଙ୍ଗରେ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପ୍ରାରମ୍ଭିକ ତଦନ୍ତରୁ ଘଟଣାର ସତ୍ୟତା ନଥିବା କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଦଇତାପତି ନିଯୋଗ ସମ୍ପାଦକ ୩୧୩ ଦଶ ମୂଳ ମୋଦକ ନେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଗାରଦର କୌଣସି କର୍ମଚାରୀ ଏହା ସ୍ପର୍ଶ କରନ୍ତି ନାହିଁ । ଯଦି କିଏ ଦୋଷୀ ସାବ୍ୟସ୍ତ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଆହୁରି ତଦନ୍ତ କରିବୁ, CCTV ବି ଦେଖିବୁ । ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ବଳଭଦ୍ରଙ୍କ ବଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ୩୧୩ ମୋଦକରୁ ୭୦ଟି କମ ଥିବା କହିଥିଲେ ।