Gtljqxiw4aex 7j 680x430 1

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ । ୨୦୨୫-୨୬ ବର୍ଷରେ ହିଁ ଆଉ ୯ଟି ମେଡିକାଲ କଲେଜ ଖୋଲିବ । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଜଗତସିଂପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ୪ଟି MBBS କଲେଜ ଖୋଲିବ । ସେହିପରି ସମ୍ବଲପୁରର ବୁର୍ଲାରେ, ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗୀରରେ ୪ଟି ଡେଣ୍ଟାଲ କଲେଜ ହେବ ଓ ମୟୁରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ନେଇ ବଜେଟ ଅନୁମୋଦନ ହୋଇଛି ।

Share