Screenshot 2025 06 30 134847 750

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସମୀକ୍ଷା ପରେ ପ୍ରତିକ୍ରିୟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ମନ୍ତ୍ରୀ କହିଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛି। ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏପରିକି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବାରୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଏଥିସହ ଆସନ୍ତା ୭ ଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ପାଣି ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ ପାଣି ଓଡ଼ିଶା ଆସୁଛି। ଏନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଥିବା ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି। ହେଲେ ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର କମୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏପରିକି ବସ୍ତା, ବାଲିଆପାଳ ପୌରାଞ୍ଚଳ, ରେମୁଣା ସଦର ଭୋଗରାଇ, ଜଳେଶ୍ବରରେ ମଧ୍ୟ ପାଣି ପଶିଛି। ଏନେଇ ଆଗାମୀ ୭ ଦିନ ଯାଏ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ ସେଣ୍ଟରରେ ରଖାଯାଇଛି।

କଟକରୁ ୨ଟି ଓଡ୍ରାଫ ଟିମ୍‌ ବାଲେଶ୍ବର ଯିବେ ବୋଲି ମନ୍ତ୍ରୀ କହଛନ୍ତି। ଲଘୁଚାପ ବର୍ଷା ଉପରେ ସରକାର ନଜର ରଖିଥିବା ମନ୍ତ୍ରୀ କହିଛନ୍ତି। ଅନେକ ଜାଗାରେ ଘାଇ ସୃଷ୍ଟି ହୋଇଛି। ତେବେ ଏନେଇ ଚିନ୍ତା ନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଯଦି କୌଣସି ସ୍ଥାନରେ ଏପରି ବିପର୍ଯ୍ୟୟ ହୁଏ ତେବେ ପୀଡିତଙ୍କୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

Share