ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବଜାରରେ ।
ସୂତନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଯୁବତୀ ବାପା-ମା’ଙ୍କ ସହିତ ଶୁକ୍ରବାର ସନ୍ଧ୍ୟା ସମୟରେ କପ୍ତିପଦା ବଜାର ଯାଇଥିଲେ । ହେଲେ ଝିଅ ଯେତେବେଳେ ଦୋକାନ ବାହାରକୁ ଆସିଥିଲେ ସେହି ସମୟରେ ଅଚାନକ ୪ ଜଣ ଯୁବକ ବାଇକରେ ମାସ୍କ ପିନ୍ଧି ଆସି ଜବରଦସ୍ତ ଯୁବତୀଙ୍କୁ ଉଠାଇ ନେଇଗଲେ । ବାପା-ମା’ ବିରୋଧ କରିବାରୁ ଜୀବନରୁ ମାରିଦେବାର ଧମକ ଦେଇ ଅପହରଣ କରି ନେଇ ଚାଲି ଯାଇଛଥିଲେ । ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଏବେ ପର୍ଯ୍ୟନ୍ତ ଯୁବତୀଙ୍କୁ ଉଦ୍ଧାର କରିପାରିନାହିଁ କିମ୍ବା କୌଣସି ପତ୍ତା ପାଇ ପାରିନାହିଁ । ଯାହାକୁ ନେଇ ପରିବାର ଲୋକେ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।