ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଅଘଟଣ। ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ। ଛାତରୁ ଖସି ଲୁହା ଗ୍ରୀଲ୍ ଉପରେ ପଡି ଘଣ୍ଟାଏ ସମୟ ଧରି ଲାଖି ରହିଲେ ନାବାଳକ। ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଛାତ୍ର ଜଣଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଜଣାପଡିଛି।
ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଗଣେଶ ପୂଜା ଚାଲିଥିଲା। ପିଲାମାନେ ଜଣେ ପରେ ଜଣେ ଆସି ଗଣେଶଙ୍କ ନିକଟରେ ନଡ଼ିଆ ବାଡାଉଥିଲେ। ତୃତୀୟ ଶ୍ରେଣୀର ଜଣେ ଛାତ୍ର ନଡିଆ ବାଡେଇବା ପରେ ସ୍କୁଲ କୋଠରୀରୁ ବାହାରି ରୋଷେଇ ଘର ଛାତ ଉପରେ ଚଢିଥିଲା। ସେଠାରେ ଗୋଡ ଖସିଯିବାରୁ ନିକଟରେ ଥିବା ଲୁହା ଗ୍ରୀଲ୍ ଉପରେ ପଡି ଯାଇଥିଲେ।

