କେବଳ ମହିଳାଙ୍କର ମୃତ୍ୟୁ ହେଲା । ଆଉ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ବେଳେ ରାଉରକେଲାରେ ଥିଲା । ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ବେଳେ କାହାର ସରକାର ଥିଲା ମୁଁ ଜାଣିବାକୁ ଚାହୁଁଛି। ପୁଲିସ ତଦନ୍ତ କରି ମାମଲା ରଫାଦଫା କରିଦେଲେ । ମାତ୍ର ୧୦ ଦିନରେ କିନ୍ତୁ ଶୁଭମିତ୍ରା ହତ୍ୟାକାରୀ ଧରା ପଡ଼ିଛି । ଏଇଠି ମୁଁ ଗୃହରେ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଆମ ସରକାର ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ଗ୍ରହଣ କରିଛି। ତ୍ଵରିତ ପଦକ୍ଷେପ ନିଆଯାଇଛି।
ମୁଁ ପରିସଂଖ୍ୟାନ ଦେବାକୁ ଚାହିଁ କହୁଛି, ଆମ ପୁଲିସ୍ ସବୁ ଘଟଣାରେ ମାତ୍ର ଦୁଇରୁ ତିନି ଦିନ ମଧ୍ୟରେ ଅପରାଧି ଧରା ପଡ଼ିଛନ୍ତି। ପୋଲିସ ଆଉ ପ୍ରଶାସନ ସରକାରଙ୍କ ସହ ମିଶି ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଠି ଗୋଟେ ପ୍ରଶ୍ନ ଯେ ଶତବ୍ଦୀର ସବୁଠାରୁ ବଡ଼ ହତ୍ୟା ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା କଥା ଏଠି ସାମିଲ କଲେ ଆମେ ଖୁସି ହେବୁ ।

