Contraband

ମାଲକାନଗିରି: ସଦର ପୁଲିସକୁ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି କୋରକୋଣ୍ଡା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୋରକୋଣ୍ଡା ସଦର ଆଇଆଇସି ହିମାଂଶୁ ବାରିକଙ୍କ ନେତୃତ୍ବରେ ଏକ ଟିମ ତାର୍ଲାକୋଟା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ।

ସୂଚନାଯୋଗ୍ୟ ଯେ ଏହି ଟ୍ରକଟି ଚିତ୍ରକୋଣ୍ଡାରୁ ଯୋଧପୁର ଯାଉଥିଲା। ଏହି ଟ୍ରକରେ ସିମେଣ୍ଟ ବୋଝେଇ ହୋଇ ଚିତ୍ରକୋଣ୍ଡା ଆସିଥିଲା। ଏଠାରୁ ଯିବା ସମୟରେ ଗଂଜେଇ ଲଦି ପାର ହେବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସକୁ ଠିକ ସମୟରେ ସୂଚନା ମିଳିବା ପରେ ପୁଲିସର ଧରପଗଡ ଯୋଗୁଁ ଏତେ ପରିମାଣର ଗଂଜେଇ ଜବତ କରାଯାଇପାରିଛି। ଗଂଜେଇର ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକାର ହେବ ବୋଲି ଅନୁମାନ କରାଯାଉଛି।

Share