ରାଜ୍ୟରେ ବର୍ତ୍ତମାନ ୪୫ ହଜାର ୨୯୨ଟି ପ୍ରାଥମିକ ସ୍କୁଲରେ ୧ ଲକ୍ଷ ୬୦ ହଜାର ୩୧୯ଟି ଶିକ୍ଷକ ପଦବୀ ରହିଛି। ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯ ହଜାର ୩୬୬ଟି ପଦବୀ ସୃଷ୍ଟି କରାଯିବ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଖାଲି ହେବାକୁ ଥିବା ୫ ହଜାର ୬୭ଟି ପଦବୀକୁ ମିଶାଇ ଆସନ୍ତା ୩ ବର୍ଷରେ ୪୪ ହଜାର ୪୩୩ଟି ଶିକ୍ଷକ ପଦବୀ ପୂରଣ କରାଯିବ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯାଉଥିଲା। କିନ୍ତୁ ଏବେ ସମସ୍ତ ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯାଏ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏନ୍ସିଇଆର୍ଟି ଢାଞ୍ଚାରେ ଏସ୍ସିଇଆର୍ଟିକୁ ବିକଶିକ କରାଯିବ। ପାଠ୍ୟପୁସ୍ତକ ପ୍ରକାଶନ ନିର୍ଦ୍ଦେଶାଳୟ ସଂସ୍ଥାର ସୃଦୃଢ଼ୀକରଣ ହେବ।

