ତେବେ ପଲଙ୍କଗୁଡ଼ିକ ଏବେ ଅସ୍ଥାୟୀ ଘରେ ରଖାଯାଇଥିବାବେଳେ, ଚାଙ୍ଗଡ଼ା ମେକାପ ସେବାୟତ ଏହି ପଲଙ୍କ ନେଇ ଆସିବା କଥା । ଅସ୍ଥାୟୀ ଘରୁ ପଲଙ୍କ ଆସିବାକୁ ପୁଷ୍ପାଳକ ସେବାୟତମାନେ ଅପେକ୍ଷା କରିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ ସେମାନେ ନଆସିବାରୁ ଅପେକ୍ଷା କରି କରି ପୁଷ୍ପାଳକ ସେବାୟତମାନେ ପଲଙ୍କ ବିଜେ ନହେଉଣୁ ଆଳତି ଆରମ୍ଭ କରିଦେଇଥିଲେ । ଆଳତି ପରେ ପଲଙ୍କ ବିଜେ ହୋଇଥିଲା । ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହେବା ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ।
ତେବେ କେହି ଭିଆଇପି ଦର୍ଶନ କରିବାକୁ ଆସିବାକୁ ଥିବାରୁ ବରିଷ୍ଠ ଅଧିକାରୀମାନେ ସେବାୟତଙ୍କୁ କହି ଏହି ପ୍ରକ୍ରିୟାକୁ ବିଳମ୍ୱିତ କରାଉଥିବା ଶୁଣିବାକୁ ମିଳିଛି । ଏହି ସମୟରେ ଜିଲ୍ଲା ପ୍ରଶାସନର ଅଧିକାଂଶ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା କୁହାଯାଉଛି ।

