Jitu pattanaik ex mla

କେନ୍ଦୁଝର: କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ପଟ୍ଟନାୟକଙ୍କ ପୁରୁଣା ଘରୁ ଏହି ଡକାୟତି ଉଦ୍ୟମ କରାଯାଇଛି। ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ଦୁର୍ବୃତ୍ତମାନେ ଘରେ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ପାଟିତୁଣ୍ଡ କରିବାରୁ ଦୁର୍ବୃତ୍ତ ପଳାଇଥିଲେ। ଏ ନେଇ ଯୋଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।

Share