ଏହି ଅଭିଯାନରେ ସମଗ୍ର ରାଜ୍ୟରେ ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ ଜିଲ୍ଲାରେ ସର୍ବାଧିକ ପରିମାଣର ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୫ କୋଟି ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ୧୦ଟି ମାମଲା ରୁଜୁ ହୋଇଥିଲା ବେଳେ ୫ ଜଣଙ୍କୁ ଗିରଫ ଏବଂ ୫ ଜଣଙ୍କୁ ନୋଟିସ ଜାରି କରାଯାଇଛି ।
ଏହାପରକୁ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲାରେ । ଏଠାରେ ୨୧,୦୫,୦୦୦ ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୧୪ ଟି ମାମଲା ରୁଜୁ ସହ ୪ ଜଣଙ୍କୁ ଗିରଫ ଏବଂ ୧୦ ଜଣଙ୍କୁ ନୋଟିସ ଜାରି କରାଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୧୫ ଲକ୍ଷ ୧୬ ହଜାର ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୨୧ଟି ମାମଲା ରୁଜୁ ହୋଇଛି ଏବଂ ୨୧ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଅନୁଗୁଳ ଜିଲ୍ଲାରେ ୧.୫୦ କୋଟି ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୧୭ଟି ମାମଲା ରୁଜୁ ସହ ୧୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।

