Screenshot 2025 10 18 130518 e1760772986892

ଭୁବନେଶ୍ୱର: ଦୀପାବଳିରେ ଭୁବନେଶ୍ୱରରେ ବାଣ ଫୁଟାଇବା ନେଇ କମିଶନରେଟ୍ ପୋଲିସ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି।

ଡିସିପି ଜଗମୋହନ ମୀନାଙ୍କ ଅନୁଯାୟୀ, ଦୀପାବଳିରେ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ବାଣ ଫୁଟାଇବାର ଶେଷ ତାରିଖ ରାତି ୯ଟା ଧାର୍ଯ୍ୟ କରାଯାଇଛି।

ସେହିପରି ପର୍ବ ସମୟରେ ମଦ୍ୟପାନ କରି ଗାଡି ଚଳାଇଲେ ଉକ୍ତ ବ୍ୟକ୍ତିଙ୍କ ଗାଡ଼ି ଜବତ ସହ ଗିରଫ କରାଯିବ। ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଦଳ ନିୟୋଜିତ କରାଯିବା ସହିତ କମିଶନରେଟ୍ ପୋଲିସ ଜନସାଧାରଣଙ୍କ ପାଇଁ ଏକ ସଚେତନତା ବାର୍ତ୍ତା ମଧ୍ୟ ଜାରି କରିଛି। ତେବେ ଏକ ସୁରକ୍ଷିତ ଏବଂ ଶୃଙ୍ଖଳିତ ଦୀପାବଳି ପାଳନ ପାଇଁ ଏହି ନିୟମାବଳୀ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।

Share