ଏହାକୁ ନେଇ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତାକାଲିଠୁ ୩୦ ଯାଏଁ ୧୦ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ। ସେହି ଜିଲ୍ଲା ମଧ୍ୟରେ ରହିଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କରାଯାଇଛି।
ବାତ୍ୟାର ଗତିପଥରେ ସମ୍ଭାବ୍ୟ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାର ତଳିଆ ଏବଂ ପାହାଡିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଯେଉଁଠାରେ ଭୂସ୍ଖଳନ ସମ୍ଭାବନା ଅଧିକ ସେଠାରୁ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉଛି।
ଅପରପକ୍ଷରେ ଏହି ଜିଲ୍ଲାଗୁଡ଼ିକର ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଦେଓରଞ୍ଜନ କୁମାର ସିଂହ ସୋମବାର ସୂଚନା ଦେଇଛନ୍ତି।

