22 highcourt punjab

ନୂଆଦିଲ୍ଲୀ: ହରିୟାଣାରେ ଜଣେ ଡାକ୍ତରଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚକିତ ହୋଇଛନ୍ତି। ବିଧାୟକ ଆସିବାବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଡାକ୍ତରଜଣକ ଠିଆ ହୋଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ହାଇକୋର୍ଟ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ପସନ୍ଦ କରିନାହାଁନ୍ତି। କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ଡାକ୍ତର ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ହରିୟାଣା ସରକାରଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ଏହି ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ ଓ ଅସମ୍ବେଦନଶୀଳ କହିବା ସହ ହାଇକୋର୍ଟ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି।

ସୂଚନା ଅନୁସାରେ ଡାକ୍ତର ମନୋଜ ହରିୟାଣା ରାଜ୍ୟରେ ଏକ କାଜୁଆଲିଟି ମେଡିକାଲ ଅଧିକାରୀ ଥିଲେ। କୋଭିଡ୍-୧୯ ମହାମାରୀ ସମୟରେ ଏକ ସରକାରୀ ହସ୍ପିଟାଲରେ ନିୟୋଜିତ ଥିବା ସମୟରେ ଜଣେ ବିଧାୟକ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ। ତେବେ ବିଧାୟକଙ୍କୁ ଚିହ୍ନି ନଥିବାରୁ ତାଙ୍କ ଅଭିବାଦନ ପାଇଁ ମନୋଜ ଠିଆ ହୋଇନଥିଲେ। ଏହା ପରେ ବିଧାୟକ ରାଗି ଯାଇଥିଲେ। ମନୋଜଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।

Share