Moist operation

କନ୍ଧମାଳ : ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ। କନ୍ଧମାଳରୁ ଆରମ୍ଭ ହେବ ମାଓ ନିପାତ ଅପରେସନ। ଦୁଇଦିନିଆ ବୌଦ୍ଧ- କନ୍ଧମାଳ ଗସ୍ତରେ ଯାଇ ମାଓ ଅପରେସନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଦେଶରୁ ନକ୍ସଲବାଦ ଶେଷ ପାଇଁ ୨୦୨୬ ମାର୍ଚ୍ଚ ଡେଡଲାଇନ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ପୋଲିସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଡିଜିପି ।

ଏହା ସହ ମାଓ ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଅପିଲ କରିଛନ୍ତି । ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଥଇଥାନ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । କନ୍ଧମାଳ ଏସପି ଅଫିସ ସଦଭାବନା ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମାଓ ବିରୋଧୀ ଅଭିଯାନ ମୁଖ୍ୟ ସଂଜୀବ ପଣ୍ଡା, ଆଇଜିପି ଦୀପକ କୁମାର, କନ୍ଧମାଳ ଏସପି ହରିଶ ବିଶି, ବିଏସଏଫ୍, ସିଆରପିଏଫ୍ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପରେ ରାଇକିଆ ଯାଇ ପେନାମାଲାରେ ନୂତନ ଭାବେ ତିଆରି ହେଉଥିବା ୧୮୦ BSF ବାଟାଲିୟନ କ୍ୟାମ୍ପ ପରିଦର୍ଶନ କରିଥିଲେ ।

Share