ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କୀ ଲୁଚି ରହିଥିବାବେଳେ ସେନା ପକ୍ଷରୁ ସେମାନଙ୍କୁ କାବୁ କରିବାକୁ ବଡ଼ଧରଣ ଅପରେସନ ଚାଲିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ କିସ୍ତୱାଡ଼ର ଚାତ୍ରୁ ଅଞ୍ଚଳରେ ଗୁରୁବାରଠାରୁ ତଲାସି ଅଭିଯାନ ଚାଲିଛି। ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା କରିଦିଆଯାଇଛି। ଆତଙ୍କବାଦୀ ଧରାପଡ଼ି ନଥିବାବେଳେ ଚାତ୍ରୁ ଅଞ୍ଚଳର ସିଙ୍ଗପୁରା, ଅରିଗମ୍ ଦ୍ବାଥର ଓ ନଇଦଗମ୍ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।
ଚାଲିଥିବା ଅଭିଯାନ ସମୟରେ ଦେଶ ବିରୋଧୀ ତତ୍ତ୍ୱମାନଙ୍କ ଦ୍ୱାରା ଏହାର ଅପବ୍ୟବହାରକୁ ଏଡାଇବା ପାଇଁ ସିଂହପୋରା, ଚିଙ୍ଗମ ଏବଂ ଚତରୁକୁ ନେଇ ଛଅ କିଲୋମିଟର ବ୍ୟାସାର୍ଦ୍ଧରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି।

