ସୂଚନା ରହିଛି ଯେ ୨୮ କିମ୍ବା ୨୯ ତାରିଖ ପାଖାପାଖି ପାକିସ୍ତାନରୁ ଆଉ ଏକ ୩ କିମ୍ବା ୪ ଜଣ ଆତଙ୍କବାଦୀଙ୍କ ଗୋଷ୍ଠୀ ଜମ୍ମୁ ଏବଂ କାଶ୍ମୀରରେ ଅନୁପ୍ରବେଶ କରିବେ। ସେମାନେ କଠୁଆ ଦେଇ କିସ୍ତୱାର ଜିଲ୍ଲାରେ ପହଞ୍ଚିଛନ୍ତି । ଜମ୍ମୁ ଏବଂ କାଶ୍ମୀରର ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ପୋଲିସ, ସିଆରପିଏଫ ଏବଂ ଅନ୍ୟାନ୍ୟ ବାହିନୀ ମିଳିତ ଭାବରେ ସର୍ଚ୍ଚ ଅପରେସନ୍ କରୁଛନ୍ତି ।
ଶ୍ରୀନଗର: ଜମ୍ମ-କଶ୍ମୀରରେ ୩ ରୁ୪ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ନଭେମ୍ବର ୧୧ ରେ କୁଲଗାମର ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଢୁଆଳରେ ଏହି ଅନୁପ୍ରବେଶ କରାଯାଇଥିବା ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡିଛି । ଏହି ଆତଙ୍କବାଦୀମାନେ ଜୈଶ-ଇ-ମହମ୍ମଦର ବୋଲି ଜଣାପଡିଛି ।
