Ajit pawar sunetra pawar 301739860 16x9 0

ମୁମ୍ବଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପତ୍ନୀ ସୁନେତ୍ରା ପୱାର । ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ ।

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତ ପୱାରଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ସମ୍ଭାଳିବେ । କିନ୍ତୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଫଡନାଭିସଙ୍କ ପାଖରେ ରହିବ । କିନ୍ତୁ ପରେ ଏନସିପିକୁ ଯିବ । ଫେବୃଆରୀ ୭ ତାରିଖରେ ହେବାକୁ ଥିବା ପୁଣେ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ ଦଳର ଦିଗ ନିର୍ଣ୍ଣୟ କରିବା ପାଇଁ ଦଳର ବରିଷ୍ଠ ନେତାମାନେ ସୁନେତ୍ରା ପୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ପରେ ପୱାର ପରିବାର ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇପୁଅଙ୍କର ରାଜନୀତିରେ ପରିପକ୍ଵତା ନଥିବାରୁ ସେ​‌ମାନଙ୍କ କଥା ବିଚାର କରାଯାଇ ନଥିଲା । ଆଲୋଚନା ପରେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭୂମିକା ଗ୍ରହଣ କରିବାକୁ ରାଜି ହୋଇଥିଲେ । ଶନିବାର ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ହେବ । ଏନସିପି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଦଳର ବରିଷ୍ଠ ନେତା ଭୁଜବଳ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଯଦି ତାଙ୍କର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ଉତ୍ସବ ଶନିବାର ଦିନ ହୁଏ ତେବେ ତାଙ୍କର କୌଣସି ଆପତ୍ତି ନାହିଁ ।

Share