ଆସୁଛି ବାତ୍ୟା ! ୨୨ରୁ ୨୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Cyclone

ଭୁବନେଶ୍ବର: ଆଣ୍ଡାମାନରୁ ଆସୁଛି ବାତ୍ୟା । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ । ୨୧ରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ହୋଇପାରେ ! ବଙ୍ଗୋପସାଗରରେ ଘନୀଭୂତ ହେବ ସିଷ୍ଟମ୍ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମୁହାଁ ହେବ ସିଷ୍ଟମ୍ । ୨୩ ତାରିଖରେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ । ବଙ୍ଗୋପସାଗରରେ ବଢ଼ିବ ଶକ୍ତି । ସମୁଦ୍ରରୁ ବଳ ଗୋଟାଇ ବାତ୍ୟାର ରୂପ ନେଇପାରେ। କିଛି ଘରୋଇ ପାଣିପାଗ ସଂସ୍ଥା ଏପରି ଆକଳନ କରିଛନ୍ତି । ତେବେ ଇଏମଡି ଏଯାଏଁ କୌଣସି ଆକଳନ କରି ନାହିଁ ।  ଏହାର ପ୍ରଭାବରେ ଓଡ଼ିଶାରେ ୨୨ରୁ ୨୫ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଣ୍ଡମାନ ସାଗରରେ ଲଘୁଚାପ । ବଙ୍ଗୋପସାଗରରେ ହେବ ଘନୀଭୂତ । ଧୀରେ ଧୀରେ ଓଡ଼ିଶା ଉପକୂଳକୁ ମୁହାଁଇବ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବ ଏହି ପାଣିପାଗ ସିଷ୍ଟମ । ୨୧ ବେଳକୁ ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଏକ ଅବପାତରେ ପରିଣତ ହୋଇପାରେ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ପରୂପ ନେବା ସମ୍ଭାବନା । ଗଭୀର ଅବପାତରେ ପରିଣତ ହେବା ପରେ ମଧ୍ୟ ଏହି ସିଷ୍ଟମ୍ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖିବ ।

୨୩ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ ପରବର୍ତ୍ତୀ ସମୟରେ ଅଧିକ ସ୍ପଷ୍ଟ ହେବ । ତେବେ ୨୨ ରୁ ୨୫ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।  ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ଏହି ଦିନଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣଂ ରହିଛି । ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଜୋନରେ ରଖିଛି ପାଣିପାଗ ବିଭାଗ ।

Share