ବାଙ୍କି : ଖରାଦିନ ଆସିନି । ଏବେଠୁ ଜଳିଲାଣି ଜଙ୍ଗଲ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋପବନ୍ଧୁ ନଗରଠାରୁ ଖଏରପଙ୍ଗା ରାସ୍ତା କଡ଼ରେ ଥିବା ପଟାଶ ଜଙ୍ଗଲରେ ନିଆଁ ଲାଗିଛି । ହୁ ହୁ ହୋଇ ଜଳୁଛି ୪ ଏକରରୁ ଅଧିକ ଜଙ୍ଗଲ। ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁରେ ପଟାଶ ଗଛ ଗୁଡିକୁ ପୋଡିଯାଇଛି । ଶୁଖିଲା ପତ୍ରରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ବ୍ୟାପିଥିବା ସନ୍ଦେହ କରାଯାଉଛି ।

