ପାରାଦୀପ: ପାରାଦୀପ ହେବ ବ୍ଲୁ ଫ୍ଲାଗ୍ ବିଚ୍। ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ଅଧ୍ୟାୟ। ଏହା ସହିତ ପାରାଦୀପକୁ ବିଭିନ୍ନ କ୍ଷେତ୍ରରେ କିପରି ବିକାଶ କରାଯାଇପାରିବ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସମସ୍ତ ପ୍ରୟାସ। ପାରାଦୀପରେ ଆଜି ସକାଳୁ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି।
ଦୀର୍ଘ ୭ କିଲୋମିଟର ବେଳାଭୂମିରେ ଉନ୍ନୟନ କରାଯିବା ସହ ସେଥିରୁ କିଛି ଅଂଶ ବ୍ଲୁ ଫ୍ଲାଗ ବିଚ୍ ରହିବ। ବେଳାଭୂମିର ଉନ୍ନତି ହେଲେ ପର୍ଯ୍ଯଟକ ଅଧିକ ଆକୃଷ୍ଟ ହେବେ। ଦିନିକିଆ ପାରାଦୀପ ଗସ୍ତରେ ଆସିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

