ଜଳେଶ୍ବର: ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ବାଲେଶ୍ବର ଜିଲ୍ଲା ବାଲିଆପାଳ ତହସିଲ ଅଧିନ ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଅଭିଯୋଗରେ ତଦନ୍ତ ଚଳାଇଛି ପୋଲିସ । ମାଫିଆଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ।
ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି । ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ପାଳପଡ଼ାଠାରେ ବେଆଇନ ବାଲି ଉତ୍ତୋଳନ ହେଉଥିଲା ଖବର ପାଇ ଆରଆଇ ଚଢ଼ାଉ କରିଥିଲେ । ଏହି ଚଢଉ ବେଳେ ବାଲିମାଫିଆ ଆକ୍ରମଣ କରିଥିଲେ ।

