ଭୁବନେଶ୍ବର: ମହୁମାଛି ନେଲା ଜୀବନ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଜାଗୁଳାଇପଡା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ବୈଲୋଚନ ବିଶ୍ବାଳ । ଗତକାଲି ମହୁମାଛି ଆକ୍ରମଣରେ ୬ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାରେ ବୈଲୋଚନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

