ଏହା ସହିତ ଆଇପିସି ଧାରା ୩୦୭ ଅନୁସାରେ ୧୦ବର୍ଷ କଠୋର କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟରେ ଅତିରିକ୍ତ ୬ମାସ କାରାଦଣ୍ଡ ଭୋଗିବେ। ସେହିଭଳି ଆଇପିସି ଧାରା ୩୬୩ ଅନୁସାରେ ଆଉ ୫ ବର୍ଷ କାରାଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ଆସାମୀ କେଶକ ୨୧ ନଭେମ୍ବର ୨୦୨୧ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରିଥିଲେ। ଏନେଇ ପୋଲସରା ଥାନା ୪୧୭/୨୧ରେ ଏକ ମାମଲା ରୁଜୁ କରିଥିଲା। ଜିଆର୍ ନଂ ୨୦୦/୨୦୨୧ରେ କୋର୍ଟରେ ମାମଲା ରୁଜୁ ହୋଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ମାମଲାରେ ସମସ୍ତ ପକ୍ଷକୁ ଶୁଣିବା ପରେ ଦାଖଲ ସାକ୍ଷ୍ୟ ଓ ପ୍ରମାଣ ଆଧାରରରେ କୋର୍ଟ ଆସାମୀକୁ ପୋକ୍ସୋ ଆଇନର ଧାରା ୬ ସହିତ ଭାରତୀୟ ପିଙ୍ଗଳକୋଡ୍ (ଆଇପିସି)ର ଧାରା ୩୭୬ (୨) (ଏଫ୍) ଓ ୩୭୬ ଏବି ଅନୁସାରେ ମୃତ୍ୟୁଦଣ୍ଡ ଦେଇଛନ୍ତି। ସ୍ବତନ୍ତ୍ର ସରକାରୀ ଓକିଲ ଶିବ ପ୍ରସାଦ ମିଶ୍ର ଏହି ମାମଲାର ପରିଚାଳନା କରୁଥିଲେ।
ବ୍ରହ୍ମପୁର : ବ୍ରହ୍ମପୁରର ଆଡହକ୍ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ (ଏଫ୍ଟିଏସ୍ସି), ପୋକ୍ସୋ ଆଦାଲତ ଏକ ଗୁରୁତର ମାମଲାରେ ଅଭିଯୁକ୍ତ କେଶବ ନାହାକ (କେଶା ଓରଫ କେଶବ), ପିତା ପଣ୍ଡିତ ନାହାକ, ଗ୍ରାମ ମାନସିଲା, ଥାନା ପୋଲସରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

