ଭୁବନେଶ୍ୱର: ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି। ଗୁଜବ ଉପରେ ବିଶ୍ୱାସ ନକରି ଶାନ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ହେଇଛନ୍ତି।
ଇସ୍ରାଇଲ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି । ଦିନକୁ ଦିନ ଯୁଦ୍ଧ ବଢିବାରୁ ଇନ୍ଧନ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ସରକାର ଏହାରି ମଧ୍ୟରେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ ଶୁଳ୍କ ପ୍ରତି ଲିଟର ପିଛା ୧୦ ଟଙ୍କା କମାଇଛନ୍ତି । ସରକାର ଶୁଳ୍କ କମାଇବାରୁ ଏହା ୧୩ ଟଙ୍କାରୁ ଖସି ୩ ଟଙ୍କା ହୋଇଛି । ସେହିପରି ଡିଜେଲ ଉପରେ ୧୦ ଟଙ୍କାରୁ କମି ଶୂନ ହୋଇଛି । ଗ୍ଲୋବାଲ ଇନ୍ଧନ ସଙ୍କଟ ଓ ଦର ବୃଦ୍ଧି ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

