Images

ଜଳେଶ୍ବର: ବନ୍ଧୁକ ମୁନରେ ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ୍ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ବଜାରରେ । ଲକ୍ଷ୍ମୀ ଜୁଏଲାରୀ ମାଲିକ ଗଗନ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ଦୁର୍ବୁତ୍ତମାନେ ଗହଣା ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି । ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଅମର୍ଦ୍ଦା ରେଳବାଇ ରାସ୍ତା କଡ଼ରେ ୩ ଜଣ ଦୁର୍ବୁତ୍ତ ଗଗନଙ୍କୁ ଆକ୍ରମଣ କରିବା ସହ ମୁଣ୍ତରେ ବନ୍ଧୁକ ଲଗାଇଥିଲେ। ଏବଂ ୧୦ ଲକ୍ଷରୁ ଅଧିକ ଟଙ୍କା ଗହଣା ଲୁଟି ନେଇଥିଲେ। ପରେ ଖବର ପାଇ ବସ୍ତା ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Share